ପୁଣି ଚିନ୍ତା ବଢ଼ାଇଲା ଆଳୁ ଦର, କେଜି ଟପିଲା ୫୦ ଟଙ୍କା
![](https://www.odishalink.com/wp-content/uploads/2024/07/potato.jpg)
ଓଏଲ୍ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆଳୁ ଦର। ଆଳୁ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ହଠାତ ପୁଣି ସାରା ରାଜ୍ୟରେ ଆଳୁ ଦରରେ ନିଆଁ ଲାଗିଛି। କଟକ ଛତ୍ରବଜାର, ଭୁବନେଶ୍ବର ଆଇଗିଣିଆ ଗୋଦାମରେ ସଂକଟ ଦେଖାଦେଇଛି। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିବାରୁ ଘନେଇଲା ସଂକଟ। ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ ଅଭାବ ଦେଖା ଦେଇଛି। କଟକ, ଭୁବନେଶ୍ବରରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବୃଦ୍ଧିପାଇଥିବା ଚିନ୍ତାର କାରଣ ପାଲଟିଛି।