Odisha Link
Bridging the Missing Links in Odisha

କେରଳ ଭୂସ୍ଖଳନ: ଏବେବି ଶତାଧିକ ନିଖୋଜ, ଚାଲିଛି ଉଦ୍ଧାରକାର୍ଯ୍ୟ

ଓଏଲ୍‌ ବ୍ୟୁରୋ: କେରଳର ଓ୍ବାୟନାଡରେ ସବୁକିଛି ଉଜାଡ଼ି ଦେଇଛି ଭୂସ୍ଖଳନ। କେରଳ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୦୦ ଛୁଇଁ ସାରିଛି। ଏଥିସହିତ ଏପର୍ଯ୍ୟନ୍ତ ୧୭୦ରୁ ଅଧିକ ଲୋକଙ୍କ ପତ୍ତା ମିଳିପାରି ନାହିଁ।କେରଳ ସରକାର ନିଖୋଜ ବ୍ୟକ୍ତିଙ୍କ ପରିଚୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରୁଥିବା ଜଣା ପଡିଛି।

କେରଳ ଭୂସ୍ଖଳନର ୯ ଦିନରେ ଉଦ୍ଧାର କାର୍ଯ୍ୟରେ ୧୨୦୦ ଟିମ୍‌ ନିୟୋଜିତ ଅଛନ୍ତି। ସେନା, ଏନ୍‌ଡିଆରଏଫ୍, ଏସ୍‌ଡିଆରଏଫ୍‌, ପୁଲିସ ଓ ଅଗ୍ନିଶମ ବାହିନୀର ସଶକ୍ତ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଏବେ ବି ନିୟୋଜିତ ଅଛନ୍ତି। ବର୍ତ୍ତମାନ ଚୁରାଲମାଳା, ଭେଲରିମାଳା, ମୁଣ୍ଡକାଇଲ ଏବଂ ପୁଞ୍ଚିରିମାଡୋମ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଏବେବି ଶତାଧିକ ଲୋକ ନିଖୋଜ ଅଛନ୍ତି। ମାଟି ତଳେ ଅନେକ ଜୀବନ ରହିଛି। ସେମାନଙ୍କୁ ଖୋଜିବା ପାଇଁ ରାଡାର୍‌ ଡ୍ରୋନ୍‌ର ସହାୟତା ନେଉଛି ଉଦ୍ଧାରକାରୀ ଦଳ। ଏପର୍ଯ୍ୟନ୍ତ ୪୦୨ ଲୋକଙ୍କ ମୃତ ହୋଇଥିବେ ବେଳେ ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କୁ ଖୋଜିବା ପାଇଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସିଗୁଡ଼ିକ ସାହସ ହରାଇ ନାହାଁନ୍ତି। ଭୂସ୍ଖଳନ ପରେ ରାଡାରା ଡ୍ରୋନ୍‌ ସହାୟତାରେ ମାଟି ତଳେ ଫଶି ରହିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି। କେବଳ ସେତିକି ନୁହେଁ ସନ୍ଧାନୀ କୁକୁର ସହାୟତା ମଧ୍ୟ ନିଆଯାଇଛି।

ଭୂସ୍ଖଳନ ଯୋଗୁଁ ବାସ ହରାଇଥିବା ଜନତାଙ୍କୁ ୧୦୦ଟି ରିଲିଫ୍‌ କ୍ୟାମ୍ପରେ ରଖା ଯାଇଛି। ୧୦ ହଜାର ୩୦୦ ଲୋକ ପ୍ରକୃତିର ଏହି ମହାତାଣ୍ଡବରେ ନିଜ ଘର ହରାଇଛନ୍ତି। ବର୍ତ୍ତମାନ ସମୟରେ ଯେଉଁ ମୃତକଙ୍କ ପରିଚୟ ମିଳି ପାରୁନାହିଁ। ତାଙ୍କ ଶରୀର ଡିଏନ୍‌ଏ ଟେଷ୍ଟ କରାଯାଉଛି। ତାପରେ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ପରିବାର ଲୋକଙ୍କ ସହିତ ମେଳ ଖାଇଲେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.