ନେପାଳରେ ବିମାନ ଦୁର୍ଘଟଣା, ଚାଲିଗଲା ୪ ଜୀବନ

ଓଏଲ୍ ବ୍ୟୁରୋ: ପୁଣିଥରେ ନେପାଳରେ ବିମାନ ଦୁର୍ଘଟଣା ହୋଇଥିବା ଜଣା ପଡିଛି। ନେପାଳର ନୂଆକୋଟ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ତେବେ ଏନେଇ ବିମାନ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।
ସୂଚନା ଅନୁସାରେ, ଗତ ଜୁଲାଇ ୨୪ରେ କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। ବିମାନ ଦୁର୍ଘଟଣାରେ ୧୮ ଜଣଙ୍କ ଦେହାନ୍ତ ହୋଇଛି। ଯାହା ଏବେ ସାରା ବିଶ୍ବକୁ ସ୍ତବ୍ଧ କରିଛି।