Odisha Link
Bridging the Missing Links in Odisha

ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ବାଙ୍କୀରେ ସର୍ବାଧିକ ପରିମାଣର ବର୍ଷା ରେକର୍ଡ

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗତ ୨୪ ଘଣ୍ଟାରେ କଟକ ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ବାଙ୍କୀ ସହ ନୟାଗଡ଼ ଭାପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ବାଙ୍କୀରେ ସର୍ବାଧିକ ୩୧୭, ଭାପୁରରେ ୨୧୦ ମିମି, ବେଗୁନିଆ ୧୯୬, ବୀରମହାରାଜପୁର ୧୪୭, ହିନ୍ଦୋଳରେ ୧୪୪ ମିମି ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପଟେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ୪ ଦିନ ଉତ୍ତର ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି। ଆଜି ଅପରାହ୍ନ ବେଳକୁ ବର୍ଷାର ପରିମାଣ ଆହୁରି ବଢିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

Leave A Reply

Your email address will not be published.