ହକି: ସେମି ଫାଇନାଲରେ ହାରିଲା ଭାରତ, ଏବେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
![](https://www.odishalink.com/wp-content/uploads/2024/08/indian--750x430.png)
ଓଏଲ୍ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସର ହକି ଇଭେଣ୍ଟର ସେମି ଫାଇନାଲ ମୁକାବିଲା ହାରିଲା ଟିମ୍ ଇଣ୍ଡିଆ। ସେମି ଫାଇନାଲରେ ଭାରତକୁ ୩-୨ରେ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ଭାରତ ଏବେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବ। ୮ ତାରିଖରେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବ ଭାରତ। ସ୍ପେନ୍ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିିବ ଭାରତ। ସେହିପରି ସ୍ବର୍ଣ୍ଣ ପଦକ ମ୍ୟାଚ୍ ନେଦରଲାଣ୍ଡ ଓ ଜର୍ମାନୀ ମଧ୍ୟରେ ଖେଳାଯିବ।