Odisha Link
Bridging the Missing Links in Odisha

ସରକାରୀ ପଦନ୍ନୋତିରୁ ହଟିଲା ଫାଇଫ୍-ଟି ଚାର୍ଟର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପ୍ରଚଳିତ ଫାଇଫ୍-ଟି ଚାର୍ଟର ଓ ମୋ ସରକାରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସରକାରୀ ପଦନ୍ନୋତିରୁ ଫାଇଫ୍-ଟି ଚାର୍ଟର ଓ ମୋ ସରକାରକୁ ହଟାଇ ଦିଆଯାଇଛି। କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍‌-ଟି ଚାର୍ଟର। ଫାଇଭ୍‌-ଟି ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍‌ରୁ ହଟିଲା। ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ହଟାଇ ଦିଆଯାଇଛି। ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଫର୍ମାଟକୁ ପୁନଶ୍ଚ ପ୍ରଚଳନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.