Odisha Link
Bridging the Missing Links in Odisha

ରାଜ୍ୟରେ ନିଯୁକ୍ତ ହେବେ ୧୦୦ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ନିଯୁକ୍ତ ହେବେ ୧୦୦ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକ। ଓଡ଼ିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସଏସଇପିଡି), ଅଲି ଜବର୍ ଜଙ୍ଗ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ସ୍ପିଚ୍ ଆଣ୍ଡ ହିୟରିଂ ଡିଜାବିଲିଟିଜ୍ ସହ ଏକ ରାଜିନାମା ସ୍ୱାକ୍ଷର କରିଛି। ଏସ୍‌ଏସ୍‌ଇପିଡି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତରେ ଏହି ରାଜିନାମା ସ୍ୱାକ୍ଷର କରାଯାଇଛି। ଏହି ରାଜିନାମା ଅନୁସାରେ ପ୍ରାୟ ୧୦୦ ଜଣ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକଙ୍କୁ ନେଇ ଏକ କ୍ୟାଡର୍ ସୃଷ୍ଟି କରାଯିବା ସହ ରାଜ୍ୟର ୫୫ଟି ଶ୍ରବଣବାଧିତ ସ୍ୱତନ୍ତ୍ର ବିଦ୍ୟାଳୟରେ ୪୦୦୦ ଛାତ୍ରଛାତ୍ରୀ, ୮୦୦ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବ।

ଏହି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ରାଜ୍ୟରେ ସାଙ୍କେତିକ ଭାଷା ଅନୁବାଦକଙ୍କ ଆବଶ୍ୟକତା ରହିଛି। ଏହା ଦ୍ୱାରା ଶ୍ରବଣବାଧିତ ଛାତ୍ରଛାତ୍ରୀମାନେ ଅତ୍ୟାବଶ୍ୟକ ସେବା, ଶିକ୍ଷାଗତ ସୁବିଧା ପାଇପାରୁ ନାହାଁନ୍ତି। ଏହି ବ୍ୟବଧାନକୁ ଦୂର କରିବା ପାଇଁ ଏହି ରାଜିନାମା ସ୍ୱାକ୍ଷର କରାଯାଇଛି। ଏହା ଦ୍ୱାରା ସମାଜରେ ସେମାନଙ୍କ ଅଂଶୀଦାରୀ ବଢ଼ିବା ସହ ସାମଗ୍ରିକ ବିକାଶରେ ସହାୟତା ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.