ଭିନେଶଙ୍କୁ ମୋଦିଙ୍କ ସାନ୍ତ୍ୱନା, ତୁମ ପାଇଁ ଭାରତ ଗର୍ବିତ…

ଓଏଲ୍ ବ୍ୟୁରୋ: ମଉଳିଲା ଆଉ ଏକ ପଦକ ଆଶା। ଭାଙ୍ଗିଗଲା ଭିନେଶ ଫୋଗଟ ଓ ଭାରତର ସ୍ବପ୍ନ। ନିଶ୍ଚିତ ପଦକରୁ ଓହରିଲେ ଭିନେଶ ଫୋଗଟ। କାରଣ ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗଟ। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା ସୂଚନା। ୫୦ କେଜିରୁ ଭିନେଶ ସାମାନ୍ୟ ଅଧିକ ଓଜନ ହୋଇଥିବାର ସୂଚନା ରହିଛି। ଭିନେଶ ନିର୍ଦ୍ଧାରିତ ଓଜନରୁ ୧୦୦ ଗ୍ରାମ ଅଧିକ ଓଜନ ଥିବା ଜଣାପଡ଼ିଛି।
ସାରା ଭାରତୀୟଙ୍କୁ ଏହି ଘଟଣା ନିରାଶ କରିଛି। ଏହା ପରେ ସବୁଠି ଚର୍ଚ୍ଚା ବଢୁଥିବାବେଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଭିନେଶ ଫୋଗଟଙ୍କୁ ମନୋବଳକୁ ସୁଦୃଢ଼ କରିଛନ୍ତି। ‘ଏକ୍ସ’ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ଭିନେଶ, ତୁମେ ଚାମ୍ପିଅନଙ୍କ ଭିତରେ ଚାମ୍ପିଅନ।
ତୁମେ ଭାରତ ପାଇଁ ଗର୍ବ, ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା। ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର, ଆମେ ସମସ୍ତେ ତୁମ ସହ ଅଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ପି.ଟି ଉଷାଙ୍କ ସହ କଥା ହୋଇଛନ୍ତି। ଭିନେଶ ଫୋଗଟଙ୍କ ମାମଲାରେ ସ୍ୱର ଉତ୍ତଳୋନ କରିବା ସହ ଭିନେଶଙ୍କୁ ସାହସ ଦେବା ପାଇଁ କହିଛନ୍ତି।