Odisha Link
Bridging the Missing Links in Odisha

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶା ସମେତ ୯ଟି ରାଜ୍ୟର ୧୨ ଆସନ ପାଇଁ ହେବ ଭୋଟିଂ

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ୩ ତାରିଖରେ ହେବ ରାଜ୍ୟସଭା ଉପ-ନିର୍ବାଚନ। ୯ଟି ରାଜ୍ୟର ୧୨ଟି ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ। ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ଆସନ।

ବିଜ୍ଞପ୍ତି ଅନୁସାରେ ଅଗଷ୍ଟ ୧୪ ତାରିଖରେ ବିଜ୍ଞପ୍ତି ଜାରି ହେବ। ଅଗଷ୍ଟ ୨୧ ତାରିଖ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ। ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଏହାପରେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ପଡିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି। ଏହାପରେ ଭୋଟ୍ ଗଣନା କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ସୂଚନାଥାଉକି, ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ, ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ । ସଂଖ୍ୟା ବଳ ଦୃଷ୍ଟିରୁ ବିଜେପି ସମର୍ଥିତ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପକ୍କା। ତେଣୁ ଓଡ଼ିଶାରୁ ଏଥର କିଏ ରାଜ୍ୟସଭା ପ୍ରାର୍ଥୀ ହେଉଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.