Odisha Link
Bridging the Missing Links in Odisha

ଭିନେଶ ଫୋଗଟ ଅସୁସ୍ଥ, ଭାଙ୍ଗିଗଲା ପଦକ ସ୍ବପ୍ନ

ଓଏଲ୍‌ ବ୍ୟୁରୋ: ମଉଳିଲା ଆଉ ଏକ ପଦକ ଆଶା। ଭାଙ୍ଗିଗଲା ଭିନେଶ ଫୋଗଟ ଓ ଭାରତର ସ୍ବପ୍ନ। ନିଶ୍ଚିତ ପଦକରୁ ଓହରିଲେ ଭିନେଶ ଫୋଗଟ। କାରଣ ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗଟ। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା ସୂଚନା ମିଳିଛି। ୫୦ କେଜିରୁ ଭିନେଶ ସାମାନ୍ୟ ଅଧିକ ଓଜନ ହୋଇଥିବାର ସୂଚନା ରହିଛି। ଭିନେଶ ନିର୍ଦ୍ଧାରିତ ଓଜନରୁ ୧୦୦ ଗ୍ରାମ ଅଧିକ ଓଜନ ଥିବା ଜଣାପଡ଼ିଛି। ଅଯୋଗ୍ୟ ଘୋଷିତ ହେବା ଭିନେଶ ଅସୁସ୍ଥ ଥିବା ଜଣା ପଡିଛି। କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସାରା ଭାରତୀୟଙ୍କୁ ଏହି ଘଟଣା ନିରାଶ କରିଛି। ଏହା ପରେ ସବୁଠି ଚର୍ଚ୍ଚା ବଢୁଥିବାବେଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଭିନେଶ ଫୋଗଟଙ୍କୁ ମନୋବଳକୁ ସୁଦୃଢ଼ କରିଛନ୍ତି। ‘ଏକ୍ସ’ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ଭିନେଶ, ତୁମେ ଚାମ୍ପିଅନଙ୍କ ଭିତରେ ଚାମ୍ପିଅନ। ତୁମେ ଭାରତ ପାଇଁ ଗର୍ବ, ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା। ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର, ଆମେ ସମସ୍ତେ ତୁମ ସହ ଅଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ପି.ଟି ଉଷାଙ୍କ ସହ କଥା ହୋଇଛନ୍ତି। ଭିନେଶ ଫୋଗଟଙ୍କ ମାମଲାରେ ସ୍ୱର ଉତ୍ତଳୋନ କରିବା ସହ ଭିନେଶଙ୍କୁ ସାହସ ଦେବା ପାଇଁ କହିଛନ୍ତି।

Leave A Reply

Your email address will not be published.