Odisha Link
Bridging the Missing Links in Odisha

କ’ଣ ପାଇଁ ଅଯୋଗ୍ୟ ଘୋଷିତ ହେଲେ ଭିନେଶ ଫୋଗଟ ? କ’ଣ ରହିଛି UWWର ନିୟମ, ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ମଉଳିଲା ଆଉ ଏକ ପଦକ ଆଶା। ଭାଙ୍ଗିଗଲା ଭିନେଶ ଫୋଗଟ ଓ ଭାରତର ସ୍ବପ୍ନ। ନିଶ୍ଚିତ ପଦକରୁ ଓହରିଲେ ଭିନେଶ ଫୋଗଟ। କାରଣ ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗଟ। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା ସୂଚନା। ୫୦ କେଜିରୁ ଭିନେଶ ସାମାନ୍ୟ ଅଧିକ ଓଜନ ହୋଇଥିବାର ସୂଚନା ରହିଛି। ଭିନେଶ ନିର୍ଦ୍ଧାରିତ ଓଜନରୁ ୧୦୦ ଗ୍ରାମ ଅଧିକ ଓଜନ ଥିବା ଜଣାପଡ଼ିଛି। ତେବେ କ’ଣ ରହିଛି ନିୟମ ଜାଣନ୍ତୁ ।

କେଉଁ ନିୟମ ଆଧାରରେ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେଲେ ?

ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) ଅନୁସାରେ, ଯଦି କୌଣସି ଖେଳାଳି ବେଟ-ଇନ୍‌ (ପ୍ରଥମ ବା ଦ୍ବିତୀୟ ବେଟ-ଇନ)ରେ ଭାଗ ନ ନିଅନ୍ତି ବା ଅସଫଳ ହୁଅନ୍ତି। ତେବେ ଖେଳାଳିଙ୍କୁ ପ୍ରତିଯୋଗିତାରୁ ବାହାର କରିଦିଆଯାଇ ଥାଏ ଓ ବିନା ର‍୍ୟାଙ୍କିଂରେ ଅନ୍ତିମ ସ୍ଥାନରେ ଖେଳାଳିଙ୍କୁ ରଖାଯାଇଥାଏ।

Leave A Reply

Your email address will not be published.