ନିର୍ବାଚନୀ ସ୍ଵଚ୍ଛତାକୁ ନେଇ ବିଜେଡିର ଅଭିଯୋଗ, ବିଜେପିକୁ ଟାର୍ଗେଟ କଲେ ଲେଖାଶ୍ରୀ…
ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ ବିରୋଧୀ ଦଳ ଆସନରେ ବସି ସାରିଛି। ହେଲେ ଏବେ ବି ବିଜୁ ଜନତା ଦଳର ପରାଜୟ ସ୍ୱୀକାର କରିପାରୁନାହାନ୍ତି ଅନେକ ନେତା ଓ କର୍ମୀ।
ଏସବୁ ଭିତରେ ୨୦୨୪ ଲୋକସଭା ନିର୍ବାଚନର ଅନିୟମିତତା ଅଭିଯୋଗ ଆଣିଲା ବିଜୁ ଜନତା ଦଳ। ନିର୍ବାଚନ ସ୍ଵଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଲେ ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ସେ କହିଛନ୍ତି, ଭୋଟ ଦିନ ପଡିଥିବା ଭୋଟ ଓ ଗଣତି ଦିନ କାଉଣ୍ଟ ହୋଇଥିବା ଭୋଟ୍ ଭିତରେ ୫ କୋଟି ର ବ୍ୟବଧାନ ଅଛି। ୫୪୧ ଟି ଆସନ ୫୩୮ଟି ଆସନରେ ଭୋଟର ବ୍ୟତିକ୍ରମ ଦେଖା ଦେଇଛି। ୭୯ଟି ସାଂସଦ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା ଓ ଓଡିଶାର ୧୮ ଟି ଆସନରେ ବି ନିର୍ବାଚନ ଫଳାଫଳ ଅଲଗା ହୋଇଥାନ୍ତା। ଏହି ଫଳାଫଳ ହୋଇଥିଲେ ବିଜେପି କେନ୍ଦ୍ରରେ ସରକାରରେ ନଥାନ୍ତା।
ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର। ଇଭିଏମ୍ ଜାଲିଆତି ନେଇ ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ କଲେ ଲେଖାଶ୍ରୀ। ଓଡ଼ିଶା ଓ ଆନ୍ଧ୍ର ମଧ୍ୟ ଏହି ଷଡଯନ୍ତ୍ର ହୋଇଛି। ଗଣତନ୍ତ୍ରର ବେକ ମୋଡି ଦେଇଛି ବିଜେପି। ଲୋକଙ୍କ ଠାରୁ ଗଣତନ୍ତ୍ର ଅଧିକାର ଛଡାଇ ନେଇଛି ବିଜେପି। ଏହା ଗଣତନ୍ତ୍ର ବ୍ୟବସ୍ଥାରେ କଳଙ୍କିତ ଅଧ୍ୟାୟ ବୋଲି ଲେଖାଶ୍ରୀ କହିଛନ୍ତି। ବିଜେପି କିଛି ନିର୍ବାଚନରେ ସମ୍ବିଧାନକୁ ମୋଡି ମକଚିବାରେ ସଫଳ ହୋଇଛି। ୨୦୧୯ରେ ମାତ୍ର ୮ଟି ଜିତିଥିଲା। ଏଥର ୨୧ ରୁ ୨୦ ଜିତିବା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କଲା। ବିଜେଡି ୧୨ ରୁ ୦ ହୋଇଯିବା ଅବିସ୍ମରଣୀୟ। ଲୋକଙ୍କ ମତକୁ ବିଜେଡି ସ୍ବୀକାର କରିଛି।
ଇଭିଏମ୍ ହ୍ୟାକକୁ ନେଇ ୨୦୧୯ରୁ ସୁପ୍ରିମକୋର୍ଟରେ କେସ୍ ଚାଳିଛି। କେନ୍ଦ୍ର ନିର୍ବାଚନ ଆୟୋଗ ନିର୍ବାଚନ ପରିଚାଳନା କରୁଛନ୍ତି। କିଛି ହେର ଫର ହୋଇ ପାରିବନି ବୋଲି କହୁଥିଲେ କେନ୍ଦ୍ର ସରକାର। ନିର୍ବାଚନ ଆୟୋଗଙ୍କୁ ଚୟନ କରିବାକୁ ଯେଉଁ ତିନି ଜଣିଆ ବଡି ରହିଛି ସେଥିରୁ ସୁପ୍ରିମ କୋର୍ଟ ଚିଫ ଜଷ୍ଟିସଙ୍କୁ ବାହାର କରି ଦିଆଗଲା। ଅରୁଣ ଗୋଏଲ ବି ଇସ୍ତଫା ଦେଲେ। ତିନିଜଣ ସଦସ୍ୟ ରହିବା କଥା। କିନ୍ତୁ ଅଧ୍ୟକ୍ଷଙ୍କୁ ଛାଡି ଦେଲେ ଦୁଇ ଜଣ ନୂଆ। ପ୍ରୋଗ୍ରାମିଙ୍ଗରେ ଗଡ ବଡ ହୋଇଛି, ନିର୍ବାଚନ ଆୟୋଗ ୫ କୋଟିର ତଥ୍ୟ ଦେଇ ପାରୁନାହାଁନ୍ତି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସମନ୍ତସିଂହାର।