ଦିଲ୍ଲୀ ପୁଲିସକୁ ସଫଳତା, ସ୍ୱାଧୀନତା ଦିବସ ପୂର୍ବରୁ ଧରାପଡ଼ିଲା ଆତଙ୍କବାଦୀ
ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ଚଳିତ ବର୍ଷର ସ୍ୱାଧୀନତା ଦିବସ। ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀକୁ କଡା ସୁରକ୍ଷା ଭିତରେ ରଖାଯାଇଛି। ଏସବୁ ଭିତରେ ଦିଲ୍ଲୀ ପୁଲିସକୁ ବଡ ସଫଳତା ମିଳିଛି। ଇସଲାମିକ୍ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀକୁ ଧରିଲା ଦିଲ୍ଲୀ ପୁଲିସ। ଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହ ଧରାପଡ଼ିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀ। ୨୦୨୩ରେ ପୁଣେ ପୁଲିସ ହେପାଜତରୁ ଖସି ପଳାଇଥିଲା ରିଜୱାନ୍। ରିଜୱାନ୍ ଅଲୀକୁ ଧରାଇବା ପାଇଁ ଏନ୍ଆଇଏ ୩ ଲକ୍ଷର ପୁରସ୍କାର ଘୋଷଣା କରିଥିଲା। ତେବେ ସ୍ୱାଧୀନତା ଦିବସ ପୂର୍ବରୁ ଇସଲାମିକ୍ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀ ଧରାପଡିଛି।