ରାଜ୍ୟରେ ବୃଷ୍ଟିପାତ ଜନିତ କ୍ଷୟକ୍ଷତି ସମସ୍ୟା, ରିପୋର୍ଟ ଦାଖଲ ପାଇଁ ଏସ୍ଆରସିଙ୍କ ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: ରାଜ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ମୌସୁମୀ ଓ ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବର୍ଷା ଓ ବିପର୍ଯ୍ୟୟ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ଏସ୍ଆରସି ତତ୍ପରତା ଦେଖାଇଛନ୍ତି । ରାଜ୍ୟରେ ପ୍ରବଳ ବୃଷ୍ଟିପାତରେ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ରିପୋର୍ଟ ଦେବା ପାଇଁ ଏସ୍ଆରସି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ବୃଷ୍ଟିପାତ ଜନିତ କ୍ଷୟକ୍ଷତି ସମସ୍ୟାର ରିପୋର୍ଟ ଏସ୍ଆରସିଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।