ମହାଦେବଙ୍କୁ ଜଳଲାଗି ହେଲା ଜୀବନର ଶେଷଯାତ୍ରା, ଚାଲିଗଲା ୭ ଜୀବନ
ଓଏଲ୍ ବ୍ୟୁରୋ: ଆଜି ହେଉଛି ଶ୍ରାବଣ ମାସ ସୋମବାର। ଏଥିପାଇଁ ସମସ୍ତ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଘଟିଛି ବଡ଼ ଅଘଟଣ। ବିହାର ଜେହନାବାଦ ଜିଲ୍ଲାର ସିଦ୍ଧେଶ୍ୱର ମନ୍ଦିରରେ ପ୍ରବଳ ଭିଡ଼ ହେତୁ ମନ୍ଦିରରେ ଦଳାଚକଟା ହୋଇ ଚାଲି ଯାଇଛି ୭ ଜଣଙ୍କ ଜୀବନ। ସେ ମଧ୍ୟରୁ ୩ ଜଣ ମହିଳା ରହିଥିବା ସୂଚନା। ଏହି ଅଘଟଣରେ ଆହୁରି ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ଆଜି ମହାଦେବଙ୍କୁ ଜଳଲାଗି କରିବା ନିମନ୍ତେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ନିମନ୍ତେ ପୁଲିସ ଫୋର୍ସ ବି ଉପସ୍ଥିତ ଥିଲେ। ହଠାତ୍ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଧାଁ ଦୌଡ଼ ହେବାକୁ ଲାଗିଥିଲେ ଭକ୍ତ। ଫଳରେ କିଛି କିଛି ଭକ୍ତ ତଳେ ପଡ଼ି ଯାଇଥିଲେ ଓ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।