ଭବାନୀପାଟଣା ପୌରପାଳିକା: ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍
ଓଏଲ୍ ବ୍ୟୁରୋ: ଭବନାନୀପାଟଣା ପୌରପାଳିକା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍। ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ୨୦ କାଉନ୍ସିଲରଙ୍କ ଭୋଟ। ଶ୍ରୀମତୀ ବେହେରାଙ୍କ ବିପକ୍ଷରେ ବିଜେଡିର ୧୮, କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ କାଉନସିଲର ଭୋଟ ଦେଇଥିଲେ। ତେବେ ଏନେଇ ବିଧିବଦ୍ଧ ଘୋଷଣା ହୋଇନାହିଁ।
ଭବାନୀପାଟଣା ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ କହିଛନ୍ତି, ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ସମସ୍ତ ୨୦ କାଉନସିଲର ଭୋଟ୍ ଦେଇଥିଲେ। ବିଜେଡିର ୧୮, କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ କାଉନସିଲର ଭୋଟ ଦେଇଥିଲେ। ଏହା ସମସ୍ତ କାଉନସିଲରଙ୍କ ଏକତାର ବିଜୟ ବୋଲି କହିଛନ୍ତି ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ।
ଅନ୍ୟପଟେ ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ହାରିବା ପରେ କାଉନସିଲରମାନେ ବାଣ ଫୁଟାଇ ସ୍ଥାନୀୟ ପୌରପାଳିକା ଆଗରେ ଖୁସି ଜାହିର କରି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।