୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍
ଓଏଲ୍ ବ୍ୟୁରୋ: ସରିଛି ନିର୍ବାଚନ। ହେଲେ ସରୁନାହିଁ ହାଇକୋର୍ଟଙ୍କ ନୋଟିସ୍। ପୁଣିଥରେ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ଜାରି କରିଛନ୍ତି ନୋଟିସ୍। ୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ।
ରାଉରକେଲା ବିଧାୟକ ସାରଦା ପ୍ରସାନ ନାୟକ ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ନୋଟିସ୍ ଜାରି କରାଯାଇଛି। ସେପ୍ଟେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ରହିଛି।
ସୂଚନାଥାଉକି,ଏହାପୂର୍ବରୁ ନିର୍ବାଚନୀ ଅନିୟମିତତା ମାମଲାରେ ସମ୍ପୃକ୍ତ ୩ ଜଣ ବିଧାୟକଙ୍କୁ ନୋଟିସ କରାଯାଇଥିଲା। ସମ୍ପୃକ୍ତ ୩ ଜଣ ବିଧାୟକ ହେଲେ ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟ। ଜାରି ନୋଟିସର ଜାବାବ ଦାଖଲ କରିବାକୁ ହାଇକୋର୍ଟ କହିଥିଲେ
ସେହିପରି ଜୁଲାଇ ୨୫ ତାରିଖରେ ବାଲେଶ୍ୱର ଜିଲା ସୋର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ମାଧବ ଧଡ଼ା ଏବଂ କଳାହାଣ୍ଡି ଜିଲା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ଏହି ନୋଟିସ୍ ଜାରି ହୋଇଛି। ଉଭୟଙ୍କ ବିରୋଧରେ ରୁଜୁ ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲାରେ ନିଜର ପକ୍ଷ ରଖିବା ପାଇଁ ହାଇକୋର୍ଟଙ୍କ ଆଦେଶ ରହିଛି। ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି।