Odisha Link
Bridging the Missing Links in Odisha

ଅଗଷ୍ଟ ୧୫ରେ ‘ସୁଭଦ୍ରା ଯୋଜନା’ ପାଇଁ ଜାରି ହେବ ଏସ୍‌ଓପି, କେବେ ମିଳିବ ଟଙ୍କା ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସ୍ବାଧୀନତା ଦିବସରେ ସୁଭଦ୍ରା ଯୋଜନା ପାଇଁ ଆସିବ ଏସ୍‌ଓପି। ଜନତାଙ୍କ ମତାମନ ନିଆଯିବା ପରେ ସାର୍ବଜନୀନ ହେବ ଏସ୍‌ଓପି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।

ସେ ଆହୁରି କହିଛନ୍ତି, ଏସ୍‌ଓପି ଆସିଲା ପରେ ରୂପରେଖ ଜଣାପଡ଼ିବ। ପୂର୍ବ ସୂଚନା ମୁତାବକ ସେପ୍ଟେମ୍ବର ୧୭ ତାରିଖରେ ହିଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ। ସୁଭଦ୍ରା ଯୋଜନା ପାଇଁ ଅର୍ଥର ଅଭାବ ନାହିଁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି। ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ କରାଯିବ। ଆସନ୍ତା ୧୪ ତାରିଖ ସୁଦ୍ଧା କଲେକ୍ଟରଙ୍କ ପାଖରୁ ଫିଡବ୍ୟାକ୍‌ ନିଆଯିବ। ଏହାପରେ ଉପରିସ୍ଥ ବିଭାଗୀୟ ଅଧିକାରୀ ବସି ପୁଣି ଥରେ ତର୍ଜମା କରାଯିବ।

ସେ ଓଡ଼ିଶାର ମା’ ମାନଙ୍କୁ ଭ୍ରମିତ ନକରିବାକୁ ମଧ୍ୟ କହିଛନ୍ତି। ଯୋଜନାକୁ ନେଇ ମହିଳାଙ୍କୁ ଭ୍ରମିତ ନକରିବାକୁ ପରାମର୍ଶ ଦେବା ସହିତ ଏସ୍‌ଓପି ନଆସିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଭ୍ରମିତ ନକରିବାକୁ କହିଛନ୍ତି। ଏଥିସହିତ ସୁଭଦ୍ରା ଯୋଜନା ଆବେଦନ ପ୍ରକ୍ରିୟା ଅତି ସରଳ କରାଯିବ କେହି ଭ୍ରମିତ ହୁଅନ୍ତୁନି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।

ସୂଚନାଥାଉକି, ସୁଭଦ୍ରା ଯୋଜନା ଅଧୀନରେ ରାଜ୍ୟର ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର ମିଳିବ। ୨୦୨୪-୨୫ ବର୍ଷ ବଜେଟରେ ରାଜ୍ୟ ସରକାର ଏଥିପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

Leave A Reply

Your email address will not be published.