ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, କ’ଣ ପାଇଁ ଜାଣନ୍ତୁ
ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ- ୨୦୨୦ରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ଥିବା ଅସଙ୍ଗତି ଦୂର ସହ ଆବଶ୍ୟକ ସଂଶୋଧନ କରିବାକୁ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ ଲୋଡିଛନ୍ତି । ଏଥିସହିତ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବାୟତ୍ତତାକୁ ସୁରକ୍ଷିତ ରଖିବା ସହ ଶିକ୍ଷାବିତଙ୍କ ସ୍ୱାଧୀନତା ପାଇଁ ଆଇନରେ ସଂଶୋଧନ ଜରୁରି ବୋଲି ଚିଠିରେ ଅନୁରୋଧ କରାଯାଇଛି।