Odisha Link
Bridging the Missing Links in Odisha

ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରମୋଦ ଭଗତ, କହିଲେ-ଟେକ୍ନିକାଲ ଅସୁବିଧା…

ଓଏଲ୍‌ ବ୍ୟୁରୋ: ଭାରତର ଷ୍ଟାର ପାରା ବ୍ୟାଡମିଣ୍ଟନ ଖେଳାଳି ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ବଡ଼ ଝଟକ।। ଦେଢ଼ବର୍ଷ ପାଇଁ ପ୍ରମୋଦ ଭଗତଙ୍କୁ ନିଲମ୍ବିତ କଲା ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ୍। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜଣାପଡିଛି। ତେବେ ୨୦୨୪ ପ୍ୟାରିସ୍‌ ପାରା ଅଲିମ୍ପିକ୍ସରେ ପ୍ରମୋଦ ଆଉ ଭାଗ ନେଇପାରିବେନି ବୋଲି ସୂଚନା ରହିଛି। ନିଲମ୍ବିତ ପରେ ପ୍ରତିକ୍ରିୟା ରଖିଛନ୍ତି ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ।

ସେ ଗଣମାଧ୍ୟମକୁ କହିଛନ୍ତି, ମୋର କିଛି ଭୁଲ୍‌ ନାହିଁ। ଏହା ଏକ ଟେକ୍ନିକାଲ ଇସ୍ୟୁ। ଏହା ଓ୍ବାଡ଼ାର ବହୁତ ବଡ଼ ନିଷ୍ପତ୍ତି। ଯେଉଁଥିପାଇଁ ଗଭୀର ଭାବେ ଦୁଃଖିତ। ପୁଣିଥରେ ନିଷ୍ପତ୍ତିର ପୁନଃ ବିଚାର ଲାଗି ଆବେଦନ କରିବି ବୋଲି କହିଛନ୍ତି ପ୍ରମୋଦ ଭଗତ।

ବିଶ୍ବ ବ୍ୟାଡ୍‌ମିଣ୍ଟନ ଫେଡେରେସନ୍‌ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୨୦ ଟୋକିଓ ପାରା ଅଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତଙ୍କୁ ୧୮ମାସ ପାଇଁ ନିଲମ୍ୱିତ କରାଯାଇଚି। ସେ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାଗ ନେଇ ପାରିବେ ନାହିଁ। କୋର୍ଟ ଅଫ୍ ଆର୍ବିଟେସନ୍ ପ୍ରମୋଦଙ୍କୁ ବର୍ଷକ ମଧ୍ୟରେ ୩ଥର ସୁଯୋଗ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରମାଣ କରିବାରେ ସଫଳ ହୋଇ ନାହାନ୍ତି। ସେ ବିଶ୍ବ ବ୍ୟାଡ୍‌ମିଣ୍ଟନ ଫେଡେରେସନର ଆଣ୍ଟି ଡୋପିଂ ନିୟମର ଉଲ୍ଲଂଘନ କରିଛନ୍ତି। ଯହାଫଳରେ ତାଙ୍କ ଉପରେ ନିଲମ୍ବିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଥାଉକି, ୨୦୨୪ ଜୁଲାଇ ୨୯ ତାରିଖରେ କୋର୍ଟ ଅଫ୍ ଆର୍ବିଟେସନ୍‌ ଅପିଲ୍‌ ଡିଭିଜନ ପ୍ରମୋଦଙ୍କ ଆବେଦନକୁ ଖାରଜ କରିଥିଲା। ଏଥିସହିତ ମାର୍ଚ୍ଚ ୧ ତାରିଖରେ ହୋଇଥିବା ନିଷ୍ପତ୍ତିକୁ ନିଶ୍ଚିତ କରିବା ସହିତ କୋର୍ଟ ଅଫ୍ ଆର୍ବିଟେସନ୍‌ ଆଣ୍ଟି-ଡୋପିଂ ଡିଭିଜନ୍‌ ନିଷ୍ପତ୍ତିକୁ ବଳବତ୍ତର ରଖିଥିଲା। ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୩ ବର୍ଗରେ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ।

Leave A Reply

Your email address will not be published.