ଅକ୍ଟୋବର ପହିଲାରେ ହରିୟାଣା ବିଧାନସଭା ନିର୍ବାଚନ, ୪ରେ ଫଳାଫଳ

ଓଏଲ୍ ବ୍ୟୁରୋ: ବାଜିଲା ବିଗୁଲ। ଜମ୍ମୁ-କଶ୍ମୀର ଓ ହରିୟାଣା ହେବ ବିଧାନସଭା ନିର୍ବାଚନ। ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀରରେ ଏଥର ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ। ସେହିପରି ୯୦ ଆସନ ବିଶିଷ୍ଟ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।
ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସେପ୍ଟେମ୍ବର ୨୫ରେ ଦ୍ବିତୀୟ ଓ ଅକ୍ଟୋବର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ସେହିପରି ଅକ୍ଟୋବର ୧ ତାରିଖରେ ହରିୟାଣା ବିଧାନସଭା ନିର୍ବାଚନ ହେବ। ସେହିପରି ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ।
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସେପ୍ଟେମ୍ବର ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ସେପ୍ଟେମ୍ବର ୧୨ ତାରିଖ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ରହିବ। ସେହିପରି ୧୬ ତାରିଖ ସୁଦ୍ଧା ପ୍ରାର୍ଥୀ ନିଜ ନାମ ପ୍ରତ୍ୟାହାର କରି ପାରିବେ। ନିର୍ବାଚନ ଅକ୍ଟୋବର ୧ ତାରିଖରେ ହେବାକୁ ଥିବାବେଳେ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।
ହରିୟାଣାରେ ୨୨ଟି ଜିଲ୍ଲା ଥିବାବେଳେ ୯୦ଟି ବିଧାନସଭା ଆସନ ରହିଛି। ସେମଧ୍ୟରୁ ସାଧାରଣ ଆସନ ୭୩ଟି ଥିବାବେଳେ ଏସ୍ସି ଆସନ ୧୭ଟି ରହିଛି। ଚଳିତ ଥର ୨.୦୧ କୋଟି ମତଦାତା ମତଦାନ ସାବ୍ୟସ୍ତ କରିବେ। ସେ ମଧ୍ୟରୁ ୧.୦୬ କୋଟି ପୁରୁଷ ମତଦାତା ଥିବାବେଳେ ୯୫ ଲକ୍ଷ ମହିଳା ଭୋଟର ରହିଛନ୍ତି। ୪୦.୯୫ ଯୁବ ଭୋଟର ଥିବାବେଳେ ପ୍ରଥମ ଥର ପାଇଁ ୪.୫୨ ଲକ୍ଷ ଭୋଟର ମତଦାନ କରିବେ।