କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ

ଓଏଲ୍ ବ୍ୟୁରୋ: କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟ ମାମଲାରେ ଦିନକୁଦିନ ତୀବ୍ର ହେଉଛି ପ୍ରତିବାଦ। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି। କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର।
ଜୁନିୟର ଡାକ୍ତର, ରେସିଡେଣ୍ଟ ଡାକ୍ତର ଆନ୍ଦୋଳନ ଚଳାଇଥିବା ବେଳେ ଏମିବିବିଏସ୍ ଛାତ୍ରଛାତ୍ରୀ ବି ସେମାନଙ୍କୁ ସମର୍ଥନ କରିଛନ୍ତି। ଫଳରେ ଆଉଟ ଡୋର୍ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ବ୍ରହ୍ମପୁର ଏମକେସିଜିରେ ବରିଷ୍ଠ ଡାକ୍ତର ଓ ସିନିୟର ରେସିଡେଣ୍ଟ ଡାକ୍ତର ଡ୍ୟୁଟି କରୁଛନ୍ତି। ଏମର୍ଜେନ୍ସୀ ଓ କ୍ରିଟିକାଲ୍ କେୟାରରେ ଡ୍ୟୁଟି କରୁଛନ୍ତି ଜୁନିୟର ଡାକ୍ତର।