ଜ୍ଞାନସଂସ୍କାର କାର୍ଯ୍ୟକ୍ରମକୁ ଆସିଲେନି ବିରୋଧୀ, ୨୫ରେ ବିଜେଡି କରିବ ପ୍ରଶିକ୍ଷଣ ଶିବିର
ଓଏଲ୍ ବ୍ୟୁରୋ: ଆଜିଠୁ ୨ ଦିନିଆ ବିଧାୟକଙ୍କ ଜ୍ଞାନସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ହେବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଯୋଗ ଦେଇଛନ୍ତି। ଅନ୍ୟପଟେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମକୁ ବୟକଟ୍ କରିଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ।
ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି, ବିଜୁ ଜନତା ଦଳ ପକ୍ଷରୁ ଦିନିକିଆ ପ୍ରଶିକ୍ଷଣ ଶିବିର କରାଯିବ। ଅଗଷ୍ଟ ୨୫ ତାରିଖରେ ପ୍ରଶିକ୍ଷଣ ଆମ ଦଳ ପକ୍ଷରୁ କରଯାିବ। ଶଙ୍ଖ ଭବନରେ ଆୟୋଜିତ ହେବ ଶିବିର। ଏହି କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକଙ୍କୁ ତାଲିମ ଦିଆଯିବ। ଦଳର ବରିଷ୍ଠ ନେତା ମାନେ ପ୍ରଶିକ୍ଷଣ ଦେବେ। ଆଜି ବିଧାନସଭାରେ ଆୟୋଜିତ ହୋଇଥିବା ବିଧାୟକଙ୍କ ଜ୍ଞାନସଂସ୍କାର କାର୍ଯ୍ୟକ୍ରମକୁ ଆମେ ବର୍ଜନ କରିଛୁ ବୋଲି ପ୍ରତାପ ଦେବ କହିଛନ୍ତି।