ପୁଣି ରାସନ୍ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ: ଯୋଗାଣ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ପୁଣି ରାସନ୍ କାର୍ଡରେ ମିଳିବ ଗହମ। ଏନେଇ ଆଜି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସେ କହିଛନ୍ତି, ରାସନ୍କାର୍ଡରେ ପୁଣି ଚାଉଳ ସହିତ ଗହମ ମିଳିବ। ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ଦାବି କରାଯାଇଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦାବି କରିଛନ୍ତି। ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ପୁଣିଥରେ ପୂର୍ବ ଭଳି ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।