Odisha Link
Bridging the Missing Links in Odisha

ରାଜ୍ୟରେ କେତେ ମହାବଳ ଓ ହାତୀ ଅଛନ୍ତି ?

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବର୍ତ୍ତମାନ ୨୭ଟି ମହାବଳ ବାଘ ସହିତ ୨୦୯୮ଟି ହାତୀ ଅଛନ୍ତି। ଏନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ। ୨୦୨୪ ମସିହାରେ କରାଯାଇଥିବା ପଶୁପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬ ଓ ଘୋଡ଼ାହାଡ଼ ଡ୍ୟାମରେ ୮୪ ଗୋ-ମୁହାଁ କୁମ୍ଭୀର ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।

ସେହିପରି ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର ଅଛନ୍ତି। ଚିଲିକା ସହ ସମସ୍ତ ସମୁଦ୍ରିକ ଅଞ୍ଚଳରେ ୭୪୩ ଡଲଫିନ ଅଛନ୍ତି। ଚିଲିକା ହ୍ରଦରେ ୧୦୮ ପ୍ରଜାତିର ୧୦ ଲକ୍ଷ ୯୯ ହଜାର ବିଦେଶାଗତ ପକ୍ଷୀ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ଗତ ୩ ବର୍ଷ ଭିତରେ ୧୨୩୪ ହେକ୍ଟର ଲୁଣା ଜଙ୍ଗଲ ଓ ୨୨୬ ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ୭୨ ହେକ୍ଟର ପରିମିତ ଉପକୂଳ ଅଞ୍ଚଳରେ ଝାଉଁବଣ ସୃଷ୍ଟି କରାଯାଉଛି ବୋଲି ତଥ୍ୟ ରଖିଥିଲେ ମନ୍ତ୍ରୀ।

Leave A Reply

Your email address will not be published.