Odisha Link
Bridging the Missing Links in Odisha

ଟ୍ରେନ୍‌ରେ ଆସୁଛି ୪୮ ହଜାର କ୍ବିଣ୍ଟାଲ ଆଳୁ

ଓଏଲ୍‌ ବ୍ୟୁରୋ: ଏବେବି ଓଡ଼ିଶାରେ ଆଳୁ ଦର କମିନି। ସମ୍ବଲପୁରରେ ଆଳୁ କିଲେ ୨୬ ଥିବା ବେଳେ କଟକ-ଭୁବନେଶ୍ବରରେ ୩୦-୩୫ ରହିଛି। ଏସବୁ ମଧ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଛନ୍ତି ବଡ଼ ବୟାନ। ସେ ଆଳୁ ପ୍ରସଙ୍ଗରେ କହିଛନ୍ତି, ଚଢ଼ା ଦରରେ ଆଳୁ ବିିକିଲେ ଅସାଧୁ ବେପାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଯେଉଁମାନେ ଆଳୁ ଗଚ୍ଛିତ କରି ରଖିଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ ଆହୁରି କହିଛନ୍ତି, ରାଜ୍ୟରେ ଆଳୁ ଭରପୁର ମହଜୁଦ ଅଛି। ୫ ଦିନ ଭିତରେ ଦୁଇଟି ଟ୍ରେନ୍‌ରେ ଆଳୁ ଆସି ପହଁଞ୍ଚିବ ଓଡ଼ିଶାରେ। ଟ୍ରେନ୍‌ରେ ୪୮ ହଜାର କ୍ବିଣ୍ଟାଲ ଆଳୁ ଆସି ପହଞ୍ଚିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ୧୯ ଶହ ଦୋକାନ ଓଡ଼ିଶାରେ ଖୋଲାଯାଇଛି। ଯେଉଁଠି ଆଳୁ ୩୦ଟଙ୍କାରେ ବିକ୍ରି ହେଉଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଆମକୁ ଯେଉଁଠୁ ସୁବିଧା ହେବ ସେଠୁ ଆଳୁ ଆଣିବୁ। ଆମେ ଉତ୍ତରପ୍ରଦେଶରୁ ଆଳୁ ଆଣିବାରୁ ପଶ୍ଚିମବଙ୍ଗରେ ବ୍ୟବସାୟୀମାନେ ଘାଟାରେ ପଡ଼ିଥିଲେ। ସେଥିପାଇଁ ପଶ୍ଚିମବଙ୍ଗର ବେପାରୀ ମାନେ ଆନ୍ଦୋନ କରୁଛନ୍ତି। ଆମେ ପଶ୍ଚିମବଙ୍ଗ ଉପରେ ନିର୍ବରଶୀଳ ହୋଇ ରହି ପାରିବୁ ନାହିଁ ବୋଲି ଶ୍ରୀ ପାତ୍ର କହିଛନ୍ତି।

Leave A Reply

Your email address will not be published.