ସିମ୍ ବକ୍ସ ମାମଲା: ଝାଡ଼ଖଣ୍ଡରୁ ଜବତ ହେଲା ୫ ସିମ୍ ବକ୍ସ, ତଦନ୍ତ କରୁଛି ଓଡ଼ିଶା ପୁଲିସ
ଓଏଲ୍ ବ୍ୟୁରୋ: ଓଡ଼ିଶା ପୁଲିସକୁ ବଡ଼ ସଫଳତା। ଭୁବନେଶ୍ବର ଓ କଟକ ପରେ ଏବେ ଝାଡ଼ଖଣ୍ଡରୁ ଜବତ ହେଲି ସିମ୍ ବକ୍ସ। ଝାଡ଼ଖଣ୍ଡ ପୁଲିସ ସହାୟତାରେ ଝାଡ଼ଖଣ୍ଡ ମୌଲାନା ଆଜାଦ କଲୋନୀରୁ ଜବତ ହୋଇଛି ସିମ୍ ବକ୍ସ। ବର୍ତ୍ତମାନ ସୁଦ୍ଧା ଝାଡ଼ଖଣ୍ଡରୁ ୫ଟି ସିମ୍ ବକ୍ସ ଜବତ ହୋଇଛି। ଏଥିରେ ପ୍ରାୟ ୧ ହଜାରରୁ ଅଧିକ ସିମ୍ ଆକ୍ଟିଭେଟ୍ କରାଯାଇଛି। ଯାହାକି ୬ମାସ ତଳେ ଇନ୍ଷ୍ଟଲ କରିଥିଲା ରାଜୁ ମଣ୍ଡଳ।
ସୂଚନାଥାଉକି, କିଛିଦିନ ତଳେ ରାଜଧାନୀରୁ ରାଜୁ ମଣ୍ଡଳ ନାମକ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ। ରାଜୁ ରହୁଥିବା ଏକ ଘରୁ ଏକ ସିମ୍ ବକ୍ସ ମିଳିଥିଲା। ଏହାପରେ ଅଧିକ ତଦନ୍ତ କରିଥିଲା କମିଶନରେଟ୍ ପୁଲିସ। ପରେ କଟକରୁ ଆଉ ୫ଟି ସିମ୍ ବକ୍ସ ମିଳିଥିଲା।
ଅଧିକ ତଦନ୍ତ ପାଇଁ କମିଶନରେଟ୍ ପୁଲିସ ଆଇବି ଏବଂ ଏନ୍ଆଇଏର ସହଯୋଗ ଲୋଡ଼ା ଯାଇଥିଲା। ଏନ୍ଆଇଏର ଦୁଇ ଜଣିଆ ଟିମ୍ ଭୁବନେଶ୍ବରରେ ପହଞ୍ଚିଥିବା ସୂଚନା ରହିଛି। ଏହି ସିମ୍ ବକ୍ସ ଘଟଣାରେ ଅଧିକ ଛାନ୍ଭିନ୍ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା।