“କଂଗ୍ରେସରେ ନାହିଁ କନ୍ଦଳ”
ଓଏଲ୍ ବ୍ୟୁରୋ: ମୁଁ ନୁହେଁ, ଆମେ। ଏହି ଢାଞ୍ଚାରେ ଓଡ଼ିଶା କଂଗ୍ରେସକୁ ଆଗକୁ ନେବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛି ଏଆଇସିସି। ତେଣୁ ତରତର ହୋଇ ଜଣକୁ ମୁଖିଆ ନକରି ମିଳିତ ନେତୃତ୍ବକୁ ଫୋକସ କରିଛନ୍ତି ହାଇକମାଣ୍ଡ। ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରି ଓଡ଼ିଶା କଂଗ୍ରେସକୁ ଚଳଚଞ୍ଚଳ କରିବା ସହ ନୂଆ ଦିଗ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ତଥା ଦଳର ଅନ୍ୟତମ ବରିଷ୍ଠ ନେତା ଜୟଦେବ ଜେନା।
ଜୟଦେବ ଜେନା ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସରେ ନାହିଁ କନ୍ଦଳ, ସବୁକିଛି ଠିକଠାକ ଚାଲିଛି। କିଏ ନୂଆ ମୁଖିଆ ହେବେ ତାହା ଉପରେ ପରବର୍ତ୍ତୀ ଅବସ୍ଥାରେ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ। ଏବେ ଷ୍ଟିୟରିଂ କମିଟି ବହୁତ ଆଗରେ ଅଛି ଓ ଠିକ ଭାବରେ ଷ୍ଟିୟରିଂ ଧରି ଦଳକୁ ଆଗକୁ ନେବ। ୨୦୨୯ ରେ କଂଗ୍ରେସ ଏକମାତ୍ର ଦଳ ଭାବେ ଉଭା ହେବ। ଦୁଇଜଣ ପ୍ରଭାରୀ ଓ ୧୨ ଜଣ ସଦସ୍ୟ ଅଛୁ ମିଳିତ ଭାବରେ କାର୍ୟ୍ୟ କରୁଛନ୍ତି। ଯେତେଦିନ ପର୍ୟ୍ୟନ୍ତ ମୁଖିଆ ନିଯୁକ୍ତ ହୋଇ ନାହାନ୍ତି ସେତେଦିନ ପର୍ୟ୍ୟନ୍ତ ଜୋରସୋରରେ କାମ ଚାଲିବ ବୋଲି ସେ କହିଛନ୍ତି।
ସୂଚନାଥାଉକି, ନିକଟରେ ଦଳର ବରିଷ୍ଠ ନେତା ତାରା ବାହିନୀପତି ଓ ପଞ୍ଚାନନ କାନୁନଗୋ ଅସନ୍ତୋଷ ଝାଡିଥିଲେ। ଏହାପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜୟଦେବ ଜେନା।