Odisha Link
Bridging the Missing Links in Odisha

ବାପା ଭାରତ ପାଇଁ ଆପଣଙ୍କ ସ୍ବପ୍ନ ପୂରଣ କରିବି: ରାହୁଲ ଗାନ୍ଧୀ

ଓଏଲ୍‌ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କର ଆଜି ୮୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି। କଂଗ୍ରେସର ଶୀର୍ଷ ନେତୃତ୍ବଙ୍କ ସମେତ ରାହୁଲ ଗାନ୍ଧୀ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ଦଳର ମୁଖିଆ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ବାପଙ୍କ ଜନ୍ମ ଜୟନ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି, ରାଜୀବ ଗାନ୍ଧୀ ଜଣେ ଦୟାଳୁ ବ୍ୟକ୍ତିତ୍ବ। ସାରା ଦେଶ ପାଇଁ ସେ ସଦ୍‌ଭାବନାର ପ୍ରତୀକ। ବାପା ତୁମର ଶିକ୍ଷା ମୋ ପାଇଁ ପ୍ରେରଣା। ଭାରତର ବିକାଶ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲ ସେହି ସବୁ ସ୍ବପ୍ନ ପୂରଣ କରିବି। ତୁମର ସ୍ମୃତିକଚ ସାଙ୍ଗରେ ନେଇ ଭାରତବାସୀଙ୍କ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲ ତାହା ପୂରଣ କରିବି ବୋଲି ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରିଛନ୍ତି।

ରାଜୀବ ଗାନ୍ଧୀ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ। ମା’ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ମାତ୍ର ୪୦ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଭାରତ ପାଇଁ ଆଇଟି କ୍ଷେତ୍ରରେ ସେ ଅନେକ ବୈପ୍ଳବିକ ପଦକ୍ଷେପ ନେଇଥିଲେ। ଅଗଷ୍ଟ ୨୦, ୧୯୪୪ରେ ଜନ୍ମିତ ରାଜୀବ ଗାନ୍ଧୀ ୧୯୮୪ ରୁ ୧୯୮୯ ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୧ ମସିହା ମେ ୨୧ ତାରିଖରେ ତାଙ୍କୁ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇ ତାମିଲନାଡୁ ଅନ୍ତର୍ଗତ ଶ୍ରୀପେରୁମ୍ବୁଦୁରଠାରେ ହତ୍ୟା କରାଯାଇଥିଲା।

Leave A Reply

Your email address will not be published.