Odisha Link
Bridging the Missing Links in Odisha

ସିମ୍‌ ବକ୍ସ ମାମଲା: ଭୁବନେଶ୍ବରରେ ପହଞ୍ଚିଲା NIA ଟିମ୍‌

ଓଏଲ୍‌ ବ୍ୟୁରୋ: ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ ଗିରଫ ହେବା ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ। ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୁଲିସ। ରାଜୁର ଲାଷ୍ଟ ଲୋକେଶନ୍ ଲକ୍ଷ୍ମୀସାଗର ଥାନା ସୋ କରିଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ସହ ପଶ୍ଚିମବଙ୍ଗ ପୁଲିସ କଥା ହେବା ପରେ ପରିବାର ଲୋକ ରାଜୁ ଗିରଫ ହେବା ନେଇ ସୂଚନା ପାଇଥିଲେ।

ଅନ୍ୟପଟେ ସାରା ଦେଶରେ ଚହଳ ପକାଇଥିବା ସିମ୍‌ ବକ୍ସ ମାମଲାର ତଦନ୍ତ କରିବାକୁ ଓଡ଼ିଶାରେ ପହଞ୍ଚିଛି NIA ଟିମ୍‌। ଅଧିକ ତଦନ୍ତ ପାଇଁ କମିଶନରେଟ୍‌ ପୁଲିସ ଆଇବି ଏବଂ ଏନ୍‌ଆଇଏର ସହଯୋଗ ଲୋଡ଼ା ଯାଇଥିଲା। ଏନ୍‌ଆଇଏର ଦୁଇ ଜଣିଆ ଟିମ୍‌ ଭୁବନେଶ୍ବରରେ ପହଞ୍ଚିଥିବା ସୂଚନା ରହିଛି। ଏହି ସିମ୍‌ ବକ୍ସ ଘଟଣାରେ ଅଧିକ ଛାନ୍‌ଭିନ୍‌ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା।

ସୂଚନାଥାଉକି, ଭୁବନେଶ୍ବର ଓ କଟକ ପରେ ଏବେ ଝାଡ଼ଖଣ୍ଡରୁ ଜବତ ହୋଇଛି ସିମ୍‌ ବକ୍ସ। ଝାଡ଼ଖଣ୍ଡ ପୁଲିସ ସହାୟତାରେ ଝାଡ଼ଖଣ୍ଡ ମୌଲାନା ଆଜାଦ କଲୋନୀରୁ ଜବତ ହୋଇଛି ସିମ୍‌ ବକ୍ସ। ବର୍ତ୍ତମାନ ସୁଦ୍ଧା ଝାଡ଼ଖଣ୍ଡରୁ ୫ଟି ସିମ୍‌ ବକ୍ସ ଜବତ ହୋଇଛି। ଏଥିରେ ପ୍ରାୟ ୧ ହଜାରରୁ ଅଧିକ ସିମ୍‌ ଆକ୍ଟିଭେଟ୍‌ କରାଯାଇଛି। ଯାହାକି ୬ମାସ ତଳେ ଇନ୍‌ଷ୍ଟଲ କରିଥିଲା ରାଜୁ ମଣ୍ଡଳ।

କିଛିଦିନ ତଳେ ରାଜଧାନୀରୁ ରାଜୁ ମଣ୍ଡଳ ନାମକ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ। ରାଜୁ ରହୁଥିବା ଏକ ଘରୁ ଏକ ସିମ୍‌ ବକ୍ସ ମିଳିଥିଲା। ଏହାପରେ ଅଧିକ ତଦନ୍ତ କରିଥିଲା କମିଶନରେଟ୍‌ ପୁଲିସ। ପରେ କଟକରୁ ଆଉ ୫ଟି ସିମ୍‌ ବକ୍ସ ମିଳିଥିଲା।

Leave A Reply

Your email address will not be published.