ଭାରତୀୟ ହକି ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ସାଥିରେ ଥିଲେ କ୍ରୀଡ଼ାମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଭାରତୀୟ ହକି ଦଳକୁ ଭବ୍ୟ ସ୍ବାଗତ। ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା କରିଛନ୍ତି ଓଡ଼ିଶା ସରକାର। ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ରୋଡ ଶୋ’ରେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା ଭାରତୀୟ ହକି ଦଳ। ଏଠାରେ ପହଞ୍ଚିବା ପରେ ଭାରତୀୟ ହକି ଦଳର ସଦସ୍ୟଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ପ୍ରତ୍ୟେକ ଖେଳାଳିଙ୍କୁ ରାଜ୍ୟ ସରକାର ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ଓଡ଼ିଆ ହକି ତାରକା ଅମିତ ରୋହିଦାସଙ୍କୁ ୪ କୋଟି ପୁରସ୍କାର ଦେବାକୁ ଘୋଷଣା କରିଥିଲେ। ଆଜି ତାହା ରାଜ୍ୟ ସରକାର ଖେଳାଳିଙ୍କୁ ପ୍ରଦାନ କରିଛନ୍ତି।
ସୂଚନାଥାଉକି, ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡ଼ିଶା। ଏହି ସଫଳତା ପଛରେ ଓଡ଼ିଶା ସରକାରଙ୍କ ମଧ୍ୟ ଅବଦାନ ରହିଛି। ଏହିକ୍ରମରେ ପୁରା ଟିମ ଓ ସପୋର୍ଟ ଷ୍ଟାଫଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ଏଠାରେ ପହଞ୍ଚିବା ପରେ ସେମାନଙ୍କ ଗ୍ରାଣ୍ଡ ୱେଲକମ୍ କରାଯାଇଛି। ରୋଡ ଶୋ’ ସମୟରେ ପାରମ୍ପରିକ ନୃତ୍ୟ ଗୀତର ଆସର ଜମିଥିଲା।