Odisha Link
Bridging the Missing Links in Odisha

ଲକ୍ଷ୍ମୀ ବସ୍‌: ୧୦ ମାସରେ ୩୪୭ କୋଟି କ୍ଷତି, ଆୟ ହୋଇଛି ମାତ୍ର ୨୫ କୋଟି

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଉଠିଲା ଲକ୍ଷ୍ମୀ ବସ୍‌ ପ୍ରସଙ୍ଗ। ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ହୋହୋଲ୍ଲା ଭିତରେ ବି କିଛି ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ। ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ ଲକ୍ଷ୍ମୀ ବସ୍ ଯୋଜନା ବିଷୟ ଉଠାଇଥିଲେ। ଏହି ଯୋଜନାରେ କେତେ ଲାଭ କି କ୍ଷତି ହୋଇଥିବାର ହିସାବ ମାଗିଥିଲେ।

ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଅକ୍ଟୋବର ୧୦ ୨୦୨୩ ମସିହାରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ୨୦୨୪ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍‌ ଚଳାଚଳ ବାବଦକୁ ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ଆଦାୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ଟଙ୍କା। ଏହି ଯୋଜନାରେ ୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କାର କ୍ଷତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ଲକ୍ଷ୍ମୀ ବସ୍‌ ସେବା ଯୋଜନା ନିମନ୍ତେ କୌଣସି ବସ୍‌ କ୍ରୟ କରାଯାଇ ନାହିଁ। ଏହା ଟେଣ୍ଡର ପ୍ରୋସେସ୍‌ ମାଧ୍ୟମରେ ବିଭିନ୍ନ ଘରୋଇ କମ୍ପାନୀକୁ ଚୟନ କରି ଗ୍ରସ୍‌ କଷ୍ଟ କଣ୍ଟ୍ରାକ୍ଟରେ ବସ୍‌ ଚଳାଚଳ ପାଇଁ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ୧୩୪୦ଟି ଲକ୍ଷ୍ମୀ ବସ୍‌ ଚଳାଚଳ କରୁଛି।

Leave A Reply

Your email address will not be published.