ବିଧାନସଭାରେ ଉଠିଲା ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀ କହିଲେ ଏହି କଥା…
ଓଏଲ୍ ବ୍ୟୁରୋ: ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ପ୍ରସଙ୍ଗ। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆଜି ପ୍ରଶ୍ନକାଳରେ ଗୌତମ ବୁଦ୍ଧ ଦାସ ପ୍ରଶ୍ନ କରିଥିଲେ ଯେ ରାଜ୍ୟର ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ସମୟ ଅବଧି ଅଗଷ୍ଟ ୩୧ ତାରିଖରେ ଶେଷ ହେଉଛି। ପ୍ରତିବର୍ଷ ଜୁନ୍ ବା ଜୁଲାଇ ମାସରୁ ଏହାର ନବୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି ଯୋଜନାକୁ ସରକାର ଚାଲୁ ରଖିବେ ନା ବନ୍ଦ କରିଦେବେ ବୋଲି ସେ ପ୍ରଶ୍ନ କରିଥିଲେ।
ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନା ବନ୍ଦ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ଦେଇ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରକ୍ରିୟା ବର୍ତ୍ତମାନ ସରକାରଙ୍କ ବିଚରାଧୀନ ଅଛି। ନିଷ୍ପତ୍ତି ହେଲେ , ଧାର୍ଯ୍ୟ ସମୟ ପୂର୍ବରୁ ନବୀକରଣ କରାଯିବ।