Odisha Link
Bridging the Missing Links in Odisha

ଚୋରା ମଦ ଭାଟିରେ ବୁଲିବ ବୁଲ୍‌ଡୋଜର

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ଚିକିଟିରେ ହୋଇଥିବା ମଦ ମୃତ୍ୟୁର ଆରଡିସି ତଦନ୍ତ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ୨ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଆସି। ସେହିପରି ଚିକିଟି ଘଟଣାରେ ଜଣଙ୍କୁ ବଦଳି ଓ ଦୁଇ ଜଣଙ୍କୁ ନିଲମ୍ବନ କରିଛନ୍ତି ସରକାର।

ବେଆଇନ ମଦ କାରବାର ରୋକିବା ପାଇଁ ସାରା ରାଜ୍ୟରେ ରେଡ୍‌ ଚାଲିଛି। ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କୁ ଗିରଫ କରାଯାଇଛି । ବେଆଇନ ମଦ ଭାଟିକୁ ବୁଲ ଡୋଜର ଲଗାଇ ଉଡ଼ାଇ ଦିଆଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ବେଆଇନ ଭାଟି ରହିବନି ବୋଲି ସେ ଆଶ୍ୱାସନ ଦେଇଛନ୍ତି।

ସୂଚନାଥାଉକି, ଚିକିଟି ମଦ ଟ୍ରାଜେଡିକୁ ନେଇ ହଇଚଇ ପରେ ରାଜ୍ୟବ୍ୟାପି ଜାରି ରହିଛି ଚଢ଼ାଉ। ଗତକାଲି ସଂଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଗଲାଣି। ତା ଭିତରୁ ଗଞ୍ଜାମ ଜିଲ୍ଲାରୁ ହିଁ ୩୮୫ ଲିଟର ମଦ ଜବତ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.