Odisha Link
Bridging the Missing Links in Odisha

ଗୃହରେ ଅଚଳାବସ୍ଥା, ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଗଲେ ବିରୋଧୀ ସଦସ୍ୟ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ ଆରମ୍ଭରୁ ଗୃହରେ ହୋହଲ୍ଲା। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

ଚିକିଟି ମଦମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ଦାବି କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରି ଗୃହର ମଧ୍ୟ ଭାଗରେ ଆସି ହୋହାଲ୍ଲା କରିଥିଲେ। ପ୍ରଶ୍ନକାଳ ଅଚଳ ହେବାରୁ ଗୃହ ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

Leave A Reply

Your email address will not be published.