ଲୋୟର ପିଏମ୍ଜିରେ ନର୍ସିଂ କର୍ମଚାରୀ, ୧୦ ଦଫା ଦାବି ନେଇ ଗଣଧାରଣା
ଓଏଲ୍ ବ୍ୟୁରୋ: ବଦଳିଛି ସରକାର, ହେଲେ ଏବେବି ଥମିନି ବିକ୍ଷୋଭ। କାରଣ ବିଭିନ୍ନ କର୍ମଚାରୀ ପୁଣି ଲୋୟର ପିଏମ୍ଜି ଛକରେ ଧାରଣା ଦେବା ଆରମ୍ଭ କଲେଣି । ଏହି କ୍ରମରେ ଭୁବନେଶ୍ବରରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ କରିଛି। ଲୋୟର ପିଏମ୍ଜି ଛକରେ ୧୦ ଦଫା ଦାବି ନେଇ ବିକ୍ଷୋଭ କରୁଥିବାବେଳେ ଅଧିକ୍ଷକ ପଦବୀ ଓ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦାବିରେ ବିକ୍ଷୋଭ ଜାରି ରହିଛି। ଆସନ୍ତା ୨୭ରେ ସମୂହ ଛୁଟିରେ ଯିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।