Odisha Link
Bridging the Missing Links in Odisha

ଆସିଲା ସୁଭଦ୍ରା ଯୋଜନା ଏସ୍‌ଓପି, ମହିଳାଙ୍କୁ ମିଳିବ ଏହି ସବୁ ସୁବିଧା

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସୁଭଦ୍ରା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବାବେଳେ ବିଧାନସଭାରେ ‘ସୁଭଦ୍ରା’ ଯୋଜନା ଏସ୍‌ଓପି ବିଧିବଦ୍ଧ ଘୋଷଣା ହୋଇଛି। ଗୃହରେ ଏସ୍‌ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି କ୍ୟାବିନେଟ୍‌ରେ ଏସ୍‌ଓପି ପାରିତ ହୋଇଥିବା କହିଛନ୍ତି। ତେବେ ଏହି ଯୋଜନାରେ ୫୫,୮୨୫ କୋଟି ଟଙ୍କାର ବଜେଟ ଧାର୍ଯ୍ୟ ହୋଇଛି।

ସୁଭଦ୍ରା ଯୋଜନାରେ କିଏ ହେବେ ଉପକୃତ..

୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା
୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା
ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା
ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଦିଆଯିବ ଟଙ୍କା
ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ ସହାୟତା ରାଶି
ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ
ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଡେବିଟ୍‌ କାର୍ଡ

Leave A Reply

Your email address will not be published.