ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର, ଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସୁଭଦ୍ରା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବାବେଳେ ବିଧାନସଭାରେ ‘ସୁଭଦ୍ରା’ ଯୋଜନା ଏସ୍ଓପି ବିଧିବଦ୍ଧ ଘୋଷଣା ହୋଇଛି। ଗୃହରେ ଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି କ୍ୟାବିନେଟ୍ରେ ଏସ୍ଓପି ପାରିତ ହୋଇଥିବା କହିଛନ୍ତି।
ଜାଣନ୍ତୁ କ’ଣ ରହିଛି ସୁଭଦ୍ରା ଯୋଜନା ଏସ୍ଓପି…
୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା
୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା
ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା
ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଦିଆଯିବ ଟଙ୍କା
ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ ସହାୟତା ରାଶି
ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ
ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଡେବିଟ୍ କାର୍ଡ