Odisha Link
Bridging the Missing Links in Odisha

ବଢ଼ିଲା ହୀରାକୁଦର ଜଳସ୍ତର, ଖୋଲିଲା ଆଉ ୮ଟି ଗେଟ୍

ଓଏଲ୍‌ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଏଭଳିସ୍ଥିତିରେ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ଘଟିଛି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଆଉ ୮ଟି ଗେଟ ଖୋଲା କରିଛନ୍ତି। ମୋଟ୍ ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏନେଇ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବକୁ ସୂଚନା ଦିଆଯାଇଛି। ଜଳସ୍ତରକୁ ଦୃଷ୍ଟିରେ ରଖି ଆହୁରି ଅଧିକ ଗେଟ୍‌ ଖୋଲାଯାଇପାରେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.