Odisha Link
Bridging the Missing Links in Odisha

ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ୧ ଘଣ୍ଟା ପାଇଁ ଗୃହ ମୁଲତବୀ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ପଞ୍ଚମ ଦିବସ। ଏହି ଅବସରରେ ଗୃହ ସରଗରମ ରହିଥିବାବେଳେ ୧ ଘଣ୍ଟା ପାଇଁ ଗୃହ ମୁଲତବୀ ରଖାଯାଇଛି। ଗତକାଲି ଚତୁର୍ଥ ଦିନ ଆରମ୍ଭରୁ ଗୃହରେ ହୋହଲ୍ଲା ହୋଇଥିଲା। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ ବିରୋଧୀ ସଦସ୍ୟ। ବିଧାୟକ ରୋମାଞ୍ଚ ରଂଜନ ବିଶ୍ଵାଳ ଓ ମାଧବ ଧଡାଙ୍କ ପୋଡିଅମ ଚଢ଼ିବା ଘଟଣାକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଗୃହରେ ନିନ୍ଦା ପ୍ରସ୍ତାବ ଆଣିଥିଲେ। ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ନିନ୍ଦା କରି ଗୃହ ମୁଲତବୀ ରଖାଯାଇଛି।

Leave A Reply

Your email address will not be published.