ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବଦଳିଲା ଯୁକ୍ତ ୩ ନାମଲେଖା ନିୟମ
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ କ୍ରୀଡ଼ା, ଉଚ୍ଚଶିକ୍ଷା ତଥା ଭାଷା,ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟବଂଶୀ ସୁରଜ୍ ଗାନ୍ଧୀ ମାର୍ଗ ସ୍ଥିତ ସରକାରୀ ବାସ ଭବନରେ ଏକ ବଡ଼ ଘୋଷଣା କରିଛନ୍ତି। ଯୁକ୍ତ ୩ ନାମଲେଖା ଗାଇଡଲାଇନ୍ରେ ପରିବର୍ତ୍ତନ ହୋଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧ମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ୨ୟ ପର୍ଯ୍ୟାୟ ପାଇଁ ସୁଯୋଗ ମିଳିବ। ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ବିଭାଗ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି। ଏନେଇ ୱେବସାଇଟ୍ ଆଉଥରେ ଖୋଲାଯାଇଛି। ଆସନ୍ତାବର୍ଷଠୁ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି କ୍ରୀଡ଼ା, ଉଚ୍ଚଶିକ୍ଷା ତଥା ଭାଷା,ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି।