Odisha Link
Bridging the Missing Links in Odisha

୧୫୬ଟି ଔଷଧକୁ ନିଷିଦ୍ଧ ଘୋଷଣା କଲେ କେନ୍ଦ୍ର ସରକାର

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି। ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର। ଫିକ୍ସଡ୍ ଡୋଜ୍ କମ୍ୱିନେସନ ବା ଏଫ୍‌ଡିସି ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ଏହି ଔଷଧ ଗୁଡିକ ସାଧାରଣତଃ ବ୍ୟବହାର କରାଯାଇଥାଏ। ଏହା ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର ଓ ମଲ୍ଟିଭିଟାମିନ ରହିଛି।

ମଣିଷ ଶରୀର ଉପରେ ଏଗୁଡିକର କୁପ୍ରଭାବ ପକାଉଥିବାରୁ ଏହି ଔଷଧ ଗୁଡିକ ଉପରେ ନିଷେଧାଦେଶ ଜାରି କରିଛନ୍ତି ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏସିକ୍ଲୋଫେନାକ ଓ ପାରସିଟାମଲ କମ୍ୱିନେସନ, ମେଫେନାମିକ ଯୁକ୍ତ ପାରାସିଟାମଲ୍ ଇଞ୍ଜେକସନ, ସେଟ୍ରିଜିନ ଏଚସିଏଲ, ପାରାସିଟାମଲ୍ ଓ ଫିନାଇଲେଫ୍ରିନ ଏଚ୍‌ସିଏଲ କମ୍ୱିନେସନ, ଲିଭୋସେଟ୍ରିଜିନ୍, ଫିନାଇଲେଫ୍ରିନ ଏଚ୍‌ସିଏଲ ଓ ପାରାସିଟାମଲ୍ କମ୍ବିନେସନ, କାମିଲୋଫିନ ଡିହାଇଡ୍ରୋକ୍ଲୋରାଇଡ୍ ଓ ପାରାସିଟାମଲ କମ୍ୱିନେସନ ଭଳି ଅନେକ କମ୍ୱିନେସନ ଥିବା ଔଷଧକୁ ବ୍ୟାନ କରାଯାଇଛି।

Leave A Reply

Your email address will not be published.