କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ୬ ମାସ ତଳେ ଚାକିରି କରିଥିଲେ
ଓଏଲ୍ ବ୍ୟୁରୋ: ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଘଟିଛି। ମୃତା ଯୁବତୀଜଣକ ମୋନାଲିସା ହେମ୍ବ୍ରମ ବୋଲି ଜଣାଯାଇଛି। ସେ ଭୋଗରାଇ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ।
ମୋନାଲିସା ହେମ୍ବ୍ରମଙ୍କ ଘର ବାରିପଦାରେ। ସେ ଭୋଗରାଇ ବ୍ଲକରେ ପ୍ରଥମ ଚାକିରି କରିଥିବା ବେଳେ ଭଡ଼ା ନେଇ ରହୁଥିଲେ। ମାତ୍ର ଆଜି ପ୍ରାୟ ସକାଳ ୧୦ଟା ପର୍ଯ୍ୟନ୍ତ ସେ ନିଜ ରୁମ୍ କବାଟ ଖୋଲି ନ ଥିଲେ। ପରେ ପଡ଼ୋଶୀମାନେ ବହୁ ସମୟ କବାଟ ବାଡ଼େଇବା ପରେ ବି ମୋନାଲିସା କବାଟ ନ ଖୋଲିବାରୁ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ମୋନାଲିସାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା।
ତେବେ ମୋନାଲିସା ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ମାମଲା ଓ ଏହା ପଛର କାରଣ କ’ଣ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ।