ଛତିଶଗଡ଼ରେ ମାଓ ମୁକାବିଲା ବୈଠକ, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ
ଓଏଲ୍ ବ୍ୟୁରୋ: ମାଓ ଉପଦ୍ରଵ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଛତିଶଗଡ଼ ରାୟପୁରରେ ନକ୍ସଲ ମୁକାବିଲା ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ଓଡ଼ିଶା ସମେତ ୭ ନକ୍ସଲ ପ୍ରଭାବିତ ରାଜ୍ୟକୁ ନେଇ ବୈଠକ କରାଯାଇଛି। ମୁଖ୍ୟ ସଚିବ ମନୋଜ ଆହୁଜା ଓ ଡିଜିପି ୱାଇ.ବି ଖୁରାନିଆ ଏହି ବୈଠକରେ ଉପସ୍ଥିତ ରହିଛନ୍ତି।