ଯୁକ୍ତ ୩ ନାମଲେଖା ପ୍ରକ୍ରିୟାରେ ନୂଆ ନିୟମ, ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ପ୍ରକ୍ରିୟା

ଓଏଲ୍ ବ୍ୟୁରୋ: ଯୁକ୍ତ ୩ରେ ନାମଲେଖାଇବା ପାଇଁ ଅପେକ୍ଷାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା ତଥା ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏକ ବଡ଼ ଘୋଷଣା କରିଛନ୍ତି। ଯୁକ୍ତ ୩ ନାମଲେଖା ଗାଇଡଲାଇନ୍ରେ ପରିବର୍ତ୍ତନ ହୋଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଯେଉଁ ଛାତ୍ରଛାତ୍ରୀ ୧ମ ପର୍ଯ୍ୟାୟରେ ନାମ ଲେଖାଇଥିବେ, ସେମାନଙ୍କୁ ମଧ୍ୟ ୨ୟ ପର୍ଯ୍ୟାୟ ପାଇଁ ସୁଯୋଗ ମିଳିବ। ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ବିଭାଗ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି। ଏନେଇ ୱେବସାଇଟ୍ ଆଉଥରେ ଖୋଲାଯାଇଛି। ଆସନ୍ତାବର୍ଷଠୁ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି କ୍ରୀଡ଼ା, ଉଚ୍ଚଶିକ୍ଷା ତଥା ଭାଷା,ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି।