Odisha Link
Bridging the Missing Links in Odisha

ମହାଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି, ବନ୍ଧା ହେଲେ ଓଏସ୍ଆରଟିସି ସିଏଓ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଓଏସ୍ଆରଟିସି ସିଏଓ ବିଜୟ ମଙ୍ଗରାଜ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଥିବାବେଳେ ଆଜି ଗିରଫ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ରେଡ୍ ବେଳେ ଭୁବନେଶ୍ବରରେ ୨ଟି ଫ୍ଲାଟ୍‌ ଓ ୨ଟି ପ୍ଲଟ୍‌ ଠାବ ହୋଇଛି। ମଙ୍ଗରାଜଙ୍କ କେରଳରେ ୨ ମହଲା କୋଠା, ୧.୪୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୫୦୦ ଗ୍ରାମ ସୁନା, ୨ଟି ଚାରିଚକିଆ ଯାନ, ୧୭.୭୦ ଲକ୍ଷ ଟଙ୍କାର ସାମଗ୍ରୀ ଠାବ ହୋଇଛି।

ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘର ସମେତ ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀ, ମୟୂରଭଞ୍ଜ ଷ୍ଟେସନ ରୋଡ୍‌ର ଭୂଇଁଆ ନିବାସରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

Leave A Reply

Your email address will not be published.