ପୁରୀ: ଆଜି ସନ୍ଧ୍ୟାରୁ ୪ ଘଣ୍ଟା ଜଗା ଦର୍ଶନ ବନ୍ଦ
ଓଏଲ୍ ବ୍ୟୁରୋ: ଆଜି ସୋମବାର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ। ଏହି ତିଥିରେ ପ୍ରଭୁ ଶ୍ରୀକୃଷ୍ନ ଧରାବତରଣ କରିବାର ପରମ୍ପରାକୁ ଅନୁକରଣ କରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ କରାଯିବ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ୪ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୭ଟାରୁ ୧୧ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ତେବେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବିଧି ଅନୁସାରେ ଶ୍ରୀମନ୍ଦିରରେ ସଂନ୍ଧ୍ୟାଧୂପ ଶେଷ ହେବାପରେ ଅନୁଷ୍ଠିତ ହେବ। ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ ଭୋଗ ସହ ଗର୍ଭଉଦକ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସ୍ୱତନ୍ତ୍ର ଭାବେ ଭଣ୍ଡାର ଗୃହ ସମ୍ମୁଖରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।
ତେବେ ମହାଜନ ସେବାୟତ ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାର୍ଦ୍ଧରେ ଏହି ଜନ୍ମ ନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ବିଶେଷ ପୂଜାବିଧି କରାଯିବାର ପରମ୍ପରା ରହିଅଛି। ସେହିପରି ଶ୍ରୀକ୍ଷେତ୍ରରେ ମଧ୍ୟ ବିଭିନ୍ନ ମଠବାଡି ମାନଙ୍କରେ ପରମ୍ପରା ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଶ୍ରୀକୃଷ୍ଣ ଜନ୍ମନୀତି କରାଯିବାର ପରିଲକ୍ଷିତ ରହିଅଛି।