କମୁଛି ହୀରାକୁଦ ଜଳସ୍ତର, ବନ୍ଦ ହେଲା ୬ଟି ଗେଟ୍

ଓଏଲ୍ ବ୍ୟୁରୋ: କମିଲା ହୀରାକୁଦ ଜଳସ୍ତର। ପ୍ରବେଶ ଅପେକ୍ଷା ଅଧିକ ହେଉଛି ବନ୍ୟାଜଳ ନିଷ୍କାସନ। ଏବେ ୧୪ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି। ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୦ ହଜାର ୩୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୫୪ ହଜାର ୫୧୧ ଘନଫୁଟ ଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳସ୍ତର ୬୨୧.୭୭ ଘନଫୁଟ ରହିଛି। ଜଳସ୍ତର କମିଥିବାରୁ ୬ଟି ଗେଟ୍ ବନ୍ଦ କରାଯାଇଛି।