ମାଳମାଳ ସମ୍ପତିର ହେବ ବଡ଼ ଖୁଲାସା, ଖୁବଶୀଘ୍ର ଫିଟିବ କଳାଧନର ଗୁମର
ଓଏଲ୍ ବ୍ୟୁରୋ: ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼ରେ ଲାଗି ପଡିଛନ୍ତି ଭିଜିଲାନ୍ସ, ଇଡି ବା ଆଇଟି। ଗତ କିଛି ଦିନ ହେବ ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ବୟାନ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ଧରା ପଡୁଥିବା ଅଫିସରଙ୍କ ସଂପତ୍ତି କଳାଧନ ତଦନ୍ତ ପରିସରଭୁକ୍ତ। ଭିଜିଲାନ୍ସ, ଇଡି ବା ଆଇଟିରେ ଧରାପଡୁଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ। ଆଇନ ଅନୁସାରେ ଯାହା ବ୍ୟବସ୍ଥା ଅଛି, ସେହି ଅନୁସାରେ ତଦନ୍ତ ହେବ। କଳାଧନ ରଖିଥିବା ସରକାରୀ ଅଧିକାରୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି।