Odisha Link
Bridging the Missing Links in Odisha

ଜମ୍ମୁକଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କରିବାର ଘଣ୍ଟାକ ପରେ ପ୍ରତ୍ୟାହାର କରିନେଲା ବିଜେପି

ଓଏଲ୍‌ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମ କଶ୍ମୀରରେ ହେବାକୁ ଯାଉଛି ମତଦାନ। ପାଖେଇ ଆସିଲାଣି ନିର୍ବାଚନ। ନିର୍ବାଚନ ବୈତରଣୀ ପାର କରିବା ପାଇଁ ସବୁଦଳ ଅଙ୍କକଷା ଆରମ୍ଭ କରିଛନ୍ତି। ଏହାରି ଭିତରେ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ଏହି ତାଲିକାରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ହେଲେ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଏକ ଘଣ୍ଟା ପରେ ପ୍ରାର୍ଥୀ ତାଲିକାକୁ ପ୍ରତ୍ୟାହାର କରି ଦେଇଛି। ଖୁବଶୀଘ୍ର ନୂଆ ତାଲିକା ପ୍ରକାଶ ପାଇବ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟ ପାଇଁ ୧୫, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା ବିଜେପି। ତେବେ ବିଜେପିର ଏହି ପ୍ରାର୍ଥୀ ତାଲିକାରୁ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ବାଦ୍‌ ପଡିଥିଲେ। ୨୦୧୪ରେ ନିର୍ମଳ ସିଂହ ବିଲାୱର ବିଧାନସଭା ଆସନରୁ ଜିତିଥିଲେ।

ଏଥିସହ ପୂର୍ବତନ ଡେପୁଟି ସିଏମ କବିନ୍ଦର ଗୁପ୍ତାଙ୍କୁ ମଧ୍ୟ ଟିକେଟ ମିଳିନାହିଁ। ତେବେ ପରବର୍ତ୍ତୀ ତାଲିକାରେ କବିନ୍ଦର ଗୁପ୍ତାଙ୍କ ନାମ ଘୋଷଣା କରାଯାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ସେହିପରି ଏହି ତାଲିକାରେ ରାଜ୍ୟ ବିଜେପି ସଭାପତି ରବିନ୍ଦ୍ର ରାଇନାଙ୍କ ନାମ ମଧ୍ୟ ଘୋଷଣା କରାଯାଇ ନାହିଁ।

Leave A Reply

Your email address will not be published.